ଶରତର ଶୁଭ୍ର ସୁନ୍ଦର ସକାଳରେ ଦେବୀଙ୍କର ପଦପାତ, ଆନନ୍ଦମୟ, ମହୋତ୍ସବମୟ, ଆବେଗମୟ, ଆଲୋକମୟ । ଚାରିଆଡେ ଦେବୀ ଦେବୀ ଭାବ । ଆଲଟ ଚାମର ହସ୍ତରେ ଉଭା କାଶତଣ୍ଡୀ , ଦେବୀଙ୍କ ସ୍ବାଗତ ପାଇଁ । ପ୍ରକୃତି ବିପୁଳ ଶୋଭା ବିମଣ୍ଡିତ ହୋଇଛି ସବୁଜ ଶାଢୀପିନ୍ଧି । ଆଞ୍ଜୁଳି ଭର୍ତ୍ତି କଇଁ, ଚମ୍ପା, ମଧୁମାଳତୀ ଓ ଗଙ୍ଗଶିଉଳି । ନଦୀପୋଖରୀ ପୂର୍ଣ୍ଣଗର୍ଭା , କ୍ଷେତରେ ଶୋଭାପାଉଛି ବରଷଯାକର ଦାନା । ଦେବୀ ଅନ୍ନପୂର୍ଣ୍ଣା, ଦେବୀ ମହାମାୟା, ଦେବୀ ଜ୍ଞାନଦା, ବରଦା, ଶୁଭଦା – ସମସ୍ତଙ୍କର ଭଣ୍ଡାର ପୂର୍ଣ୍ଣ କରନ୍ତୁ, ଯୁଦ୍ଧ ଏବଂ ଅନ୍ୟାନ୍ୟ ଭୟରୁ ନିସ୍ତାର କରନ୍ତୁ, ପାରିବାରିକ ବନ୍ଧନ ଦୃଢ ହେଉ, ସମସ୍ତେ ମଙ୍ଗଳମୟ ଆନନ୍ଦମୟ ହୁଅନ୍ତୁ । ହେ ଅମୃତର ପୁତ୍ରମାନେ ! ଅଜ୍ଞାନ ଅନ୍ଧକାରରୁ ଆଲୋକକୁ ଆସନ୍ତୁ , ଅନ୍ତର ଚେତନାଦୀପ୍ତ ହେଉ । ଦେବୀକୃପା କୃପାଧନ୍ୟ କରୁ ସାରାବର୍ଷ ।🕉️🦋🦚🌻🌿🕉️
“ଓଁ ସର୍ବମଙ୍ଗଲ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ ।”






Leave a Reply