ଆସି ଯାଇଛିରେ ନୂଆଁ ଖାଇ ପର୍ବ
ସମସ୍ତଙ୍କ ମନେ ହସ ।
ମାଟି ମା’ଆ ଆମ ଅଜାଡ଼ି ଦେଇଛି
ସୁନା ଫସଲ ଏ ବର୍ଷ ।।
ଚଳିତ ବର୍ଷର ପ୍ରଥମ ପରବ
ଖୁସିରେ ପାଳିବା ପାଇଁ
ସମସ୍ତଙ୍କ ମନେ ହସ ଫୁଟୁଥାଏ
ରହିଥାନ୍ତି ସର୍ବେ ଚାହିଁ ।।
ଭାଦ୍ରବ ମାସର ଶୁକ୍ଳ ପଞ୍ଚମାରେ
ନୂଆଁଖାଇ ପର୍ବ ଦିନ ।
ଧରଣୀ ମାଆର ପ୍ରଥମ ଫସଲ
ପୂଜା କରିବାରେ ମନ ।।
କୃଷି ଭିତ୍ତିକ ଏ ପରବ ଅଟଇ
ଆମ ପଶ୍ଚିମ ଓଡ଼ିଶାରେ ।
ଭାଇ ଚାରା ସ୍ନେହ ପ୍ରେମ ଡୋରେ ଏହି
ନିବିଡ଼ତା ବନ୍ଧନରେ ।।
ନୂଆଁ ଧାନରୁ ସେ ପ୍ରସ୍ତୁତି ଚାଉଳ
ଅନ୍ନ ହୋଇବ ରନ୍ଧନ ।
କ୍ଷିରୀ, ଆଉ ପିଠା ଯତନେ ତିଆରି
ଦେବୀଙ୍କ ଠାରେ ଅର୍ପଣ ।।
ଏହି ପରବଟି ଆସିବା ପୂର୍ବରୁ
ଘର ଦ୍ୱାର ସଫା କରି ।
ନୂତନ ବସନ ନୂତନ ଦରବ
ଆଣିଥାନ୍ତି ମନ ଭରି ।।
ନିଜ କର୍ମ କ୍ଷେତ୍ରେ ଯିଏ ଯାହିଁ ଥାନ୍ତି
ହୋଇବେ ଆଜି ଏକାଠି ।
ଗୁରୁ, ଗୁରୁଜନ, ବନ୍ଧୁ ପରିଜନେ
ହୋଇବ ଆନନ୍ଦ ବୃଷ୍ଟି ।।
ନୂତନ ବସ୍ତ୍ରକୁ ପରିଧାନ କରି
ଏକାଠି ହୋଇବେ ସର୍ବେ
ପିଲା ଠାରୁ ବୁଢ଼ା ଭେଟ ଘାଟ ହେବେ
‘‘ନୂଆଁ ଖାଇ’’ର ଏ ପର୍ବେ ।।
ନୂଆଁ ଧାନରୁ ସେ ତିଆରି ଦରବ
କ୍ଷୀରୀ ଓ ନୂତନ ଅନ୍ନ ।
ମାଆ ସମଲେଇ ଇଷ୍ଟ ଦେବୀଙ୍କୁ ସେ
କରିବେ ଆଜି ଅର୍ପଣ ।।
ଶଙ୍ଖ, ହୁଳୁହୁଳି, ଢୋଲ ଆଉ ଘଣ୍ଟ
ଶୁଭୁଥିବ ଘରେ ଘରେ ।
ଧରଣୀ ମାଆ ଓ ଇଷ୍ଟ ଦେବୀଙ୍କର
କୃପା ଭିକ୍ଷା ନେଇ କରେ ।।
ପୂଜା ଓ ଅର୍ଚ୍ଚନା ଭୋଗରାଗ ସାରି
ଅତି ଖୁସିର ମନରେ ।
ଧାଡ଼ି ଧାଡ଼ି ହୋଇ ସମସ୍ତେ ବସିବେ
ଯେ ଯାହାର ଘରେ ଘରେ ।।
ଗୁରୁଜନ ପାଦେ ମୁଣ୍ଡିଆ ମାରିବେ
ନିଜ ମଥାକୁ ନୂଆଁଇ ।
ଆର୍ଶୀବାଦ ନେବେ ଜଣ ଜଣ କରି
ଆନନ୍ଦେ ବଞ୍ଚିବା ପାଇଁ ।।
ସୁଖ ଓ ସମୃଦ୍ଧି ଭେଟ ଘାଟ ପର୍ବ
ଅଟେ ଏହି ନୂଆଁ ଖାଇ ।
ଭାଇ ଚାରାର ଏ ଅତୁଟ ବନ୍ଧନ
ଏ କଥା ଭୁଲିବା ନାହିଁ ।।
ପଶ୍ଚିମ ଓଡ଼ିଶା ମୁଖ୍ୟ ପର୍ବ କିନ୍ତୁ
ସବୁଠି ହୁଏ ପାଳିତ ।
ଓଡ଼ିଶା ରାଇଜେ ଓଡ଼ିଶାର ନାମ
ସବୁଠି ହୁଏ ବିଖ୍ୟାତ ।।
ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା
ଜଣାଉଛି ଏହି ଦିନେ ।
ଧରଣୀ ମାଆକୁ କୋଟି ଦଣ୍ଡବତ
ଜଣାଉଛି ପ୍ରତି କ୍ଷଣେ ।।
ପରସ୍ପର ସ୍ନେହେ ବାନ୍ଧି ହୋଇ ଆମେ
ଭୁଲି ରାଗ ଅଭିମାନ ।
ଜୀବନ ଆମର ସାର୍ଥକ କରିବା
ଏହିତ ମାନବ ଧର୍ମ ।।
ମାଆ ସମଲେି ଇଷ୍ଟଦେବୀ ପାଦେ
କରୁଅଛି ନିବେଦନ ।
ପ୍ରତିଟି ଜୀବନେ ଆଣିଦେଉ ଖୁସି
ନିତି ଆଉ ପ୍ରତିଦିନ ।।
ନୀଳାଞ୍ଚଳ ପଟ୍ଟନାୟକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଦାରିଙ୍ଗବାଡ଼ି





Leave a Reply