୨୬ଟି ପିଏମ୍ ଶ୍ରୀ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓସେପା ଓ OUAT ମଧ୍ୟରେ ବୁଝାମଣା

ODISHA WATCH

ଓଡ଼ିଶାର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ I ସରକାରୀ ଉଚ୍ଚ ବିଦ୍ୟାଳୟରେ “ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍” କାର୍ଯ୍ୟକ୍ରମର ଆରମ୍ଭ ନିମନ୍ତେ ଭୁବନେଶ୍ୱରସ୍ଥିତ OUAT ସମ୍ମିଳନୀ କକ୍ଷରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଏସସି ଏସଟି ଶିକ୍ଷା ସଂଯୋଜକ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ସ୍କିମ୍) ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ବେହେରା ଏବଂ OUAT ଏକ୍ସଟେନସନ ଶିକ୍ଷା ବିଭାଗର ଡିନ୍ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ । ସମାବେଶକୁ ସମ୍ବୋଧିତ କରି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଶାରେ ଧନ୍ଦାମୂଳକ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଆଲୋକପାତ କରିବା ସହ ସାଧାରଣ ଶ୍ରେଣୀଗୃହ ଶିକ୍ଷା ବାହାରେ ଛାତ୍ରଛାତ୍ରୀଙ୍କୁ ଅର୍ଥପୂର୍ଣ୍ଣ ଶିକ୍ଷାଦାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ OSEPA ଏବଂ OUATର ଏହି ସହଭାଗିତା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରାକ୍ଟିକାଲ୍ ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ୟାରିୟର ଗଠନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

Odisha Watch News

Leave a Reply

Your email address will not be published. Required fields are marked *