ସାଂସଦ ଭାବରେ ୭ବର୍ଷର ହିସାବ ଦେଲେ ଅପରାଜିତା

ଭୁବନେଶ୍ୱର ତା ୨୬.୦୮: ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ ବିଦେଶରେ ବିଭିନ୍ନ ଭୂମିକାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି। ସାଂସଦ ଭାବରେ ନିଜର କାର୍ଯ୍ୟକାଳ ର ୭ ବର୍ଷ ପୂରଣ କରିଥିବା ବେଳେ ଏଭଳି କିଛି କହି ୭ବର୍ଷର ନିଜ କାର୍ଯ୍ୟ ମାନଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ୨୦୧୯ ମସିହାରେ ପ୍ରଥମ ଥର ଲାଗି ଜଣେ ଦକ୍ଷ ପ୍ରଶାସିକା ରୁ ରାଜନେତା ବନିଥିବା ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଭାବରେ ନିର୍ବାଚିତ ହୋଇ ପାଞ୍ଚ ବର୍ଷ ନିଜ କାର୍ଯ୍ୟକାଳ ପୂରଣ କରିଥିଲେ। ପୁନର୍ବାର ୨୦୨୪ ନିର୍ବାଚନ ରେ ଭୁବନେଶ୍ଵର ବାସୀ ଅପରାଜିତା ଙ୍କୁ ନିଜର ପ୍ରଥମ ପସନ୍ଦ ଭାବରେ ବାଛିଥିଲେ।ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ କାର୍ଯ୍ୟକାଳ ର ୭ବର୍ଷ ପୂରଣ ପରେ ନିଜ ୭ ବର୍ଷ ର ୭୦ ବିକାଶ ଓ ସେବା ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଛନ୍ତି ଅପରାଜିତା।

Odisha Watch News

Leave a Reply

Your email address will not be published. Required fields are marked *